ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କେତେକ ସହଜ ଘରୋଇ ଉପାୟ ରହିଛି। ଖରାଦିନେ ପ୍ରତିଦିନ ପିଆଜ ରସ ଚାମୁଚେ ପିଇଲେ ବେଶ୍‌ ସୁଫଳ ମିଳିଥାଏ। ଏହା ସହିତ ଖାଦ୍ୟରେ ଅଭ୍ୟାସ କରି ପିଆଜ ଖାଇଲେ ଶରୀରର ଉତ୍ତାପ କମିବା ସହିତ ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ। ସେହିପରି ତେନ୍ତୁଳି ପାଣିରେ ଅଳ୍ପ ଲୁଣ ମିଶାଇ ପିଇଲେ ମଧ୍ୟ ଗ୍ରୀଷ୍ମତାପରୁ ଆରାମ ଲାଗିଥାଏ। ଏଥିରେ ଚାମୁଚେ ମହୁ ମିଶାଇ ପିଇଲେ ଭଲ। ଖରାଦିନେ ତୋରାଣିରେ ସୈନ୍ଧବ ଲବଣ ମିଶାଇ ପିଇଲେ ଶରୀରରେ ଜଳସ୍ତର ସ୍ବାଭାବିକ ହୋଇଥାଏ।