ଗ୍ରୀଷ୍ମ ପ୍ରବାହ ଯୋଗୁ ଭାରତରେ କମିବ କରୋନା ସଂକ୍ରମଣର ପ୍ରଭାବ !

ଓ୍ବାଶିଂଟନ,୨୯।୩: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବରୁ ଏହାକୁ ନେଇ ବିଶ୍ୱବାସୀ ଭୟଭୀତ ହୋଇଯାଇଛନ୍ତି। ନିକଟରେ କେମ୍ବ୍ରିଜର ମାସାଚୁଏଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଏକ ଅଧ୍ୟୟନ କହିଛି ଭାରତରେ ଆଗାମୀ ଦିନରେ କରୋନା ସଂକ୍ରମଣର ପ୍ରଭାବ କମିଯାଇପାରେ। ଉକ୍ତ ଅଧ୍ୟୟନ ଅନୁଯାୟୀ ଗ୍ରୀଷ୍ମ ପ୍ରବାହ ଯେଉଁ ଅନୁପାତରେ ବୃଦ୍ଧି ପାଇବ ସେହି ଅନୁପାତରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବ ବୋଲି କୁହାଯାଉଛି। ପୂର୍ବରୁ କରାଯାଇଥିବା ଗବେଷଣା ଅନୁଯାୟୀ, ଏପର୍ଯ୍ୟନ୍ତ କରୋନାର ଦ୍ରୁତ ସଂକ୍ରମଣ ୧୭ ଡିଗ୍ରୀ ସେଲସିୟସ ମଧ୍ୟରେ ହୋଇଥିବା ଦେଖାଯାଇଥିଲା। ତେଣୁ ଏହି ଖବର ଭାରତୀୟଙ୍କ ପାଇଁ ଏକ ଖୁସି ଖବର ବୋଲି କୁହାଯାଉଛି।

Share