ନୂଆଦିଲ୍ଲୀ,୩୦।୬: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ କମି ନ ଥିବାରୁ ଏଠାକାର ସରକାରୀ ଓ ବେସରକାରୀ ସ୍କୁଲର ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଶୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ଅବଧି ଜୁଲାଇ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହେଲେ ନବମରୁ ଦ୍ୱାଦଶ ଶ୍ରେଶୀ ପିଲାଙ୍କର ପୂର୍ବ ନିର୍ଦ୍ଧରିତ ତାରିଖ ଅନୁଯାୟୀ ଆସନ୍ତା ସୋମବାରଠାରୁ ସ୍କୁଲ ଖୋଲି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସୂଚନା ଦେଇଛନ୍ତି। ରବିବାର ଦିଲ୍ଲୀରେ ରହି ରହି ସାମାନ୍ୟ ବର୍ଷା ହୋଇଥିବାରୁ ଆଉ ଦିନେ ଦୁଇ ଦିନ ମଧ୍ୟରେ ଏଠାକାର ତାପମାତ୍ରା କମିଯିବ ବୋଲି ଆଶା କରାଯାଉଛି।