Categories: ଫୁରସତ

ଗ୍ରୀସ୍‌ରେ ଭିଡିଓଗେମ୍‌ ଖେଳିଲେ ପଡିବ ଜୋରିମାନା

ଆଜିକାଲି ପିଲାଙ୍କ ପାଇଁ ଭିଡିଓଗେମ୍‌ ପାଲଟିଛି ସାଥୀ। ଘଣ୍ଟା ଘଣ୍ଟା ସେମାନେ ଏଇଥିରେ ବିତାଉଛନ୍ତି। କେବଳ ପିଲା ନୁହନ୍ତି ବଡ଼ମାନେ ବି ଏହାର ମାୟାରେ ପଡି ଯାଉଛନ୍ତି। ହେଲେ ଜାଣନ୍ତି କି ଏମିତି ଏକ ସ୍ଥାନ ଅଛି, ଯେଉଁଠି ଭିଡିଓ ଗେମ୍‌ ଖେଳିବା ଏକ ଅପରାଧ। ଏଥିପାଇଁ ଜରିମାନା ଦେବାକୁ ପଡିଥାଏ। ସେହି ସ୍ଥାନଟି ହେଉଛି ଗ୍ରୀସ୍‌। ଏଠାକାର ସରକାର ଦେଶସାରା ସବୁ ଇଲେକ୍ଟ୍ରୋନିକ୍‌ ଗେମ୍‌ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ଏମିତିକି ଘରେ ବସି କମ୍ପ୍ୟୁଟରରେ କି ମୋବାଇଲରେ ମଧ୍ୟ ଭିଡିଓ ଗେମ୍‌ ଖେଳିବା ନିଷେଧ। ଏହି ନିୟମ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ବି ଲାଗୁ। ତେଣୁ ଗ୍ରୀସ୍‌ ଭ୍ରମଣ ପାଇଁ ଇଚ୍ଛୁକ ବ୍ୟକ୍ତି ଏହି ନିୟମ ସମ୍ବନ୍ଧରେ ଜାଣିବା ନିହାତି ଜରୁରୀ। କାରଣ ଏହା ନ ଜାଣି ପାରି ଅନେକ ପର୍ଯ୍ୟଟକ ଭାରି ଜରିମାନା ଓ ଜେଲ୍‌ ଦଣ୍ଡ ବି ଭୋଗିଛନ୍ତି। ଇଣ୍ଟରନେଟ୍‌ କାଫେରେ ବି ଏହି ନିୟମ ଲାଗୁ। ଯଦି ଏଠାରେ କେହି ଇଣ୍ଟରନେଟ୍‌ ଚେସ୍‌ ବି ଖେଳନ୍ତି କାଫେ ମାଲିକଙ୍କୁ ଜରିମାନା ଦେବାକୁ ହୁଏ। ଏମିତିକି କାଫେ ବନ୍ଦ କରିଦିଆଯାଏ। ଗ୍ରୀସ୍‌ ସରକାର ଦେଶରେ ଚାଲିଥିବା ବେଆଇନ ଗ୍ୟାମ୍ବଲିଂ ରୋକିବାକୁ ଯାଇ ଏହି ନିଷିଦ୍ଧାଦେଶ ଜାରି କରିଥିଲେ।

Share