Categories: ବାଣିଜ୍ୟ

ଗ୍ରୁପ୍‌ କମ୍ପାନୀରେ ନିବେଶ: ଇପିଏଫଓ ଫଣ୍ଡ ମ୍ୟାନେଜରଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୨୦।୬:  ଗ୍ରୁପ୍‌ କମ୍ପାନୀରେ ନିବେଶ ନେଇ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ ଅଗାନାଇଜେଶନ(ଇପିଏଫ୍‌ଓ) ନିଜର ଆସେଟ ମ୍ୟାନେଜରଙ୍କ ଉପରେ କଟକଣା ଜାରି କରିଛି। ନିକଟ ଅତୀତରେ କେତେକ ଇନ୍‌ଭେଷ୍ଟମେଣ୍ଟର ମୂଲ୍ୟ ହ୍ରାସ ପାଇବା କାରଣରୁ ଇପିଏଫ୍‌ଓ ପକ୍ଷରୁ ଉକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଇପିଏଫ୍‌ଓର ଫଣ୍ଡ ପୋର୍ଟଫୋଲିଓ ମ୍ୟାନେଜର ହେବା ଲାଗି ଆଦିତ୍ୟ ବିର୍ଲା ମ୍ୟୁଚୁଆଲ ଫଣ୍ଡ, ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ, ରିଲାଏନ୍ସ ନିପ୍ପନ ଆସେଟ ମ୍ୟାନେଜମେଣ୍ଟ ଏବଂ ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ବିଡ୍‌ ଦାଖଲ କରିଛି। ପୋର୍ଟଫୋଲିଓ ମ୍ୟାନେଜର ବାଛିବା ପ୍ରକ୍ରିୟା ସମ୍ପର୍କରେ ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ ସଦସ୍ୟ ତଥା ଭାରତୀୟ ମଜଦୁର ସଂଘର ସଦସ୍ୟ ପ୍ରଭାକର ବନାସ୍ୟୋର୍‌ କହିଥିଲେ ଯେ, ଇପିଏଫ୍‌ଓ ପକ୍ଷରୁ ରିକ୍ୱେଷ୍ଟ ଫର୍‌ ପ୍ରପୋଜାଲ ଦିଆଯାଇଛି। କେତେକ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବିଡ୍‌ ଦିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Share