Categories: ଜାତୀୟ

ଗ୍ରେଟର ନଏଡ଼ାରେ ଖୋଲିଲା ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ

ଗ୍ରେଟର ନଏଡ଼ା,୨୯।୮: ପରିବେଶ ପ୍ରଦୂଷଣକୁ ରୋକିବାକୁ ବହୁ ଦିନରୁ ଚାଲିଥିବା ପ୍ରୟାସ ଶେଷରେ ଫଳବତି ହୋଇଛି। ପେଟ୍ରୋଲ, ଡିଜେଲ ବାହନ ବ୍ୟତୀତ ଇଲେକ୍ଟ୍ରୋନିକ୍‌ ବାହନ ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଥିବା ବେଳେ ଏବେ ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ଖୋଲିଛି ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ। ଇଣ୍ଡିଆନ୍‌ ଅଏଲ ଓ ନାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି)ର ମିଳିତ ସହଯୋଗରେ ଏହି ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ ଖୋଲାଯାଇଛି। ଏଠାରେ ମାଗଣାରେ ଏକାଥରେ ୪ଟି ଗାଡି ଚାର୍ଜ କରିବାକୁ ସୁବିଧା ରହିଛି। ଅଗଷ୍ଟ ୨୩ରୁ ଏହା ଖୋଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବାହନ ଚାର୍ଜ କରାଯାଇ ନ ଥିବା କହିଛନ୍ତି ଏଠାରେ ଥିବା ଜଣେ କର୍ମଚାରୀ। ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀର ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢି ଯାଇଥିବା ବେଳେ ଏବେ ଯଦି ଏଠାରେ ଲୋକେ ବିଦ୍ୟୁତ୍‌ ଚଳିତ ଯାନ ବ୍ୟବହାର କରିବେ ତେବେ ଏହି ପ୍ରଦୂଷଣର ମାତ୍ରା କମ୍‌ ହେବ ବୋଲି ଆଶା କରାଯାଉଛି।

Share