ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ ନାମ ଅନୁସାରେ କରାଯାଇଛି। ଗବେଷକ ଏହି ପ୍ରଜାତିକୁ କାସ୍ପେଡୋଟ୍ରୋପିସ୍‌ ଗ୍ରେଟା ଥନବର୍ଗ ଭାବେ ନାମିତ କରିବା ସହିତ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ନେଇ ଅଭିଯାନ ଜାରି ରଖିଥିବାରୁ ତାଙ୍କର ସମ୍ମାନ ପାଇଁ ଏହି ନୂଆ ଗେଣ୍ଡା ପ୍ରଜାତିର ଏଭଳି ନାମକରଣ କରାଯାଇଥିବା ନାଚ୍ୟୁରାଲ ବାୟୋଡାଇଭରସିଟି ସେଣ୍ଟରର ଗବେଷକ ମେନୋ ଶିଲଥୁଇଜେତ୍‌ ସୂଚନା ଦେଇଛନ୍ତି। ଏହି ଗେଣ୍ଡାର ଲମ୍ବ ୨ ମିମି ଏବଂ ଚୌଡ଼ା ଏକ ମିମି ରହିଛି। ଏହାକୁ କୁଆଲା ବେଲାଲୋଗ୍ନ ଫିଲ୍ଡ ଷ୍ଟଡିଜ୍‌ ସେଣ୍ଟର ନିକଟରେ ଠାବ କରାଯାଇଥିଲା।

Share