Categories: ଜାତୀୟ

ଗ୍ରେନେଡ୍‌ ମାଡ଼ରେ ୧୧ ଆହତ

ଶ୍ରୀନଗର, ୧୩ା୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଲାଲ୍‌ଚୌକ ନିକଟସ୍ଥ ହରି ସିଂ ହାଇଷ୍ଟ୍ରିଟ୍‌ ମାର୍କେଟରେ ଏହି ଆକ୍ରମଣ ହୋଇଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନରେ ରଖାଯାଇ ସିଆର୍‌ପିଏଫ୍‌ ଓ ରାଜ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋର୍‌ଦାର କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ଜମ୍ମୁ-କଶ୍ମୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଏହାସତ୍ତ୍ୱେ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା ପ୍ରକାଶ।

Share