ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ହଳିଦିଆ ରଙ୍ଗର ଫ୍ରିଲ ଶାଢ଼ୀ ପିନ୍ଧିଥିବା ବେଳେ ଗୋଲଡେନ ରଙ୍ଗର କାନଫୁଲ ତାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଛି। କେଶରେ ବନ କରିବା ସହ ମିନିମଲ ମେକ୍‌ଅପ୍‌, ନ୍ୟୁଡ ଲିପ୍‌ଷ୍ଟିକ ଓ ଗଗଲସ୍‌ରେ ସେ ବହୁ ସୁନ୍ଦର ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବରୁ ତାଙ୍କର ଲାଇମ ଗ୍ରୀନ ଡ୍ରେସ୍‌ ସବୁଠାରୁ ଚର୍ଚ୍ଚାରେ ରହିଥିଲା। ଦୀପିକା ଏବେ ନିଜର ଅପ୍‌କମିଂ ଫିଲ୍ମ ଛପାକ ପାଇଁ ବ୍ୟସ୍ତ ଅଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ।

Share