ପ୍ରିୟଙ୍କା ଚୋପ୍ରା ନିକ୍ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍ ଏନ୍ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା ନିକ୍ଙ୍କ ଫ୍ୟୁଚର ପ୍ଲାନିଂ ସମ୍ପର୍କରେ ଜାଣିଲେ ଫ୍ୟାନ୍ଙ୍କ ହୃଦୟ ଭାଙ୍ଗିଯିବ। ଏକ ସାକ୍ଷାତକାରରେ ନିକ୍ କହିଛନ୍ତି, କୃଷି ପ୍ରତି ଆମେ ବହୁ ଆକର୍ଷିତ। ଏଥିପାଇଁ ପ୍ରିୟଙ୍କାଙ୍କୁ ଗ୍ଲାମର ଦୁନିଆ ଛାଡ଼ିବାକୁ ପଡ଼ିପାରେ। ବିବାହ ପରେ ନିକ୍ ପ୍ରିୟଙ୍କାଙ୍କ ସହିତ ଯେତେବେଳେ ଏ ବିଷୟରେ ଆଲୋଚନା କରିଥିଲେ ପ୍ରିୟଙ୍କାଙ୍କୁ ଏହି ଆଇଡିଆ ଖୁବ୍ ପସନ୍ଦ ଆସିଥିଲା ବୋଲି ସେ କୁହନ୍ତି। ନିକ୍ କହିଛନ୍ତି, ଗ୍ଲାମର ଦୁନିଆ ଛାଡ଼ିବା ପ୍ରିୟଙ୍କାଙ୍କ ପାଇଁ ସହଜ ହେବ ନାହିଁ। ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ମୁଁ ଜାଣେ; ପ୍ରିୟଙ୍କା ଭଲ ଅଭିନେତ୍ରୀ ହୋଇଥିବାରୁ ଦର୍ଶକ ତାଙ୍କୁ ପସନ୍ଦ କରନ୍ତି। ପ୍ରିୟଙ୍କାଙ୍କୁ ସ୍ତ୍ରୀ ଭାବେ ପାଇ ନିକ୍ ବହୁ ଭାଗ୍ୟଶାଳୀ ବୋଲି କହିଛନ୍ତି । ପ୍ରିୟଙ୍କା-ନିକ୍ ୨୦୧୮ ଡିସେମ୍ବର ୧-୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିକ୍ ପ୍ରିୟଙ୍କାଙ୍କଠାରୁ ୧୦ ବର୍ଷ ସାନ। ବୟସ ତାରତମ୍ୟ ତାଙ୍କ ହସଖୁସିରେ ପ୍ରତିବନ୍ଧକ ସାଜିନାହିଁ। ବିବାହ ପରଠାରୁ ଏହି ଯୋଡ଼ି ବେଶ୍ ଚର୍ଚ୍ଚାରେ ରହି ଆସୁଛନ୍ତି।