ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ ସବୁ କରିଥାନ୍ତି।
ତାଙ୍କର ସକାଳ ଆରମ୍ଭ ହୁଏ ଲେମ୍ବୁ ଏବଂ ଗ୍ଲାସେ ଉଷୁମ ପାଣିରୁ। ସକାଳ ଜଳଖିଆ ଖାଇବାକୁ ସେ ଆଦୌ ଭୁଲନ୍ତି ନାହିଁ। ଜଳଖିଆରେ ବ୍ରାଉନ୍‌ ବ୍ରେଡ୍‌ ଟୋଷ୍ଟ ସାମିଲ କରିଥାନ୍ତି। କେବେ କେବେ ଓଟ୍‌ସ ବି ଖାଇଥାନ୍ତି। ଏଥିରେ ଫାଇବରର ମାତ୍ରା ଅଧିକ ଥାଏ। ତେଣୁ ସ୍ବାସ୍ଥ୍ୟ ଭଲ ରହିଥାଏ। ଲଞ୍ଚ୍‌ରେ ଭାତ, ଡାଲି, ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ଖାଇଥାନ୍ତି।

ରାତିରେ ହାଲୁକା ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି। କାରଣ ପାଚନ ପ୍ରକ୍ରିୟା ସହଜ ହୋଇଥାଏ। ରାତିରେ ବେଳେବେଳେ ବ୍ରାଉନ୍‌ ରାଇସ୍‌ ଏବଂ ମାଛ ଖାଇଥାନ୍ତି। ୨୪ ଘଣ୍ଟା ଭିତରେ ସେ କିଛି କିଛି ଫଳ ଆହାର କରିଥାନ୍ତି। ଜଙ୍କ୍‌ଫୁଡ୍‌ ଆଦୌ ଗ୍ରହଣ କରନ୍ତି ନାହିଁ। ଦିନକୁ ୮ ଗ୍ଲାସ ପାଣି ପିଇଥାନ୍ତି।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି, ପ୍ରତିଦିନ ସେ ଜିମ୍‌ ଯାଆନ୍ତିନାହିଁ। ସପ୍ତାହରେ ଦିନେ ଦୁଇଦିନ ଯାଇଥାନ୍ତି। ଏହା ବ୍ୟତୀତ ସେ ଯୋଗ କରିଥାନ୍ତି। ସେ କୁହନ୍ତି, ଯୋଗ କରିବା ଦ୍ୱାରା ମନ ଫୂର୍ତ୍ତି ରହିବା ସହ ଶରୀର ଶକ୍ତିଶାଳୀ ହୋଇଥାଏ। ସେ ୪୫ ମିନିଟ୍‌ ଯୋଗ କରିଥାନ୍ତି। ସକାଳେ ଜଗିଂ ବି କରିଥାନ୍ତି।

Share