ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ସଞ୍ଜୟ: ଟଁକା ପଏସା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା,୧୯।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଦୁମଦୁମି ଗଁାର ସଞ୍ଜୟ ବାଗ(୩୩)। ସେ ଅନେକ୍‌ ଦିନ ହେଲା ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଅଛନ୍‌। ରୋଗ୍‌ ପରଭାବରେ ଦୁଇ ଆଏଁଖ୍‌କେ ଠିକ୍‌ସେ ଦେଖା ନାଇଁଯିବାର। ଅପରେଶନ କଲେ ଠିକ୍‌ ହେଇଯିବା। ହେଲେ ଟଁକା ପଏସା ଅଭାବୁ ସେ ଅପରେଶନ କରେଇ ନାଇଁ ପାରବାର।
ସୂଚନା ଅନ୍‌ସାରେ କୁଟେପପାଲି ପଁଚେତ୍‌ ଦୁମଦୁମି ଗଁା ହରିଜନ ପଡ଼ାର ସଞ୍ଜୟ ବାଗ(୩୩)। ପରିବାର କହେଲେ ବୁଢ଼ୀ ମା’, ମାଏକିନା ଆର ଦୁଇ ପୁଓ କାହ୍ନା, ବବଲୁକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ସଞ୍ଜୟ ପେଟ୍‌ପାଟନାର ଲାଗି ୨୦୦୯ ସାଲେ ହାଇଦ୍ରାବାଦ ଯାଇ ସେଠାନେ ଗୁଟେ ଉଷୋ କମ୍ପାନୀରେ କାମ୍‌ କରୁଥିଲେ। କମ୍ପାନୀରେ ପାଖାପାଖି ୬ ମାସ କାମ୍‌କଲା ଭିତରେ ଉଷୋକଷା ତିଆରିରୁ ବାହାରୁଥିବାର ଗ୍ୟାସର ଝାସ୍‌ ବାଜି ତାକର ଆଏଁଖ୍‌ ପରଭାବିତ ହେଇଥିଲା। ଦିନାକେତେ ଉତାରୁ ସଞ୍ଜୟକଁର ଆଏଁଖ୍‌ରୁ ପାଏନ୍‌ ଝରବାର ଆରମ୍‌ ହେଇଥିଲା। ସେଠାନେ ଚିକିଛା କଲାରୁ ଉଷୋକଷାର ଗ୍ୟାସ ପରଭାବରେ ଏନ୍‌ତା ହେଇଛେ ବଲି ଡାକ୍‌ତର କହିଥିଲେ। ଇ ସମିଆରେ ସଞ୍ଜୟ ଗଁାକେ ଫିରିଆସିଥିଲେ। ହେଲେ ମାସକେତେ ଉତାରୁ ବି ଆଏଁଖ୍‌ରୁ ପାଏନ୍‌ ଝରବାର ବଁଦ୍‌ ନାଇଁ ହେଲା। ଦିନୁଦିନ୍‌କେ ରାଏତ୍‌ବେଲା ତାହାକୁ କିଛି ନାଇଁ ଦିଶ୍‌ଲା। ଡାକ୍‌ତର ଦେଖେଇ ପରୀକ୍ଷା କଲାରୁ ସେ ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଥିବାର ଜାନବାକେ ପାଇଥିଲେ। ଅପରେଶନ କଲେ ଠିକ୍‌ ହେଇଯିବା ବଲି ଡାକ୍‌ତର ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଚିକିଛା ନାଇଁ କରେଇପାରି କରି ଘରେ ପଡ଼ି ରହିଛନ୍‌। ଆଏଜ୍‌କେ ପାଖାପାଖି ୫ ବଛର ହେଲା ସଞ୍ଜୟକୁଁ ଦିନ୍‌ବେଲା ବି ଠିକ୍‌ସେ ନାଇଁ ଦିଶ୍‌ବାର। ଏନ୍‌ତାଥି ସେ କିଛି କାମ୍‌ବୁତା କରି ନାଇଁପାରବାର। ସଞ୍ଜୟକଁର ବାପ୍‌ ଗଦନ ଥିଲାବେଲେ ସେ କୁଲିମଜୁରି କରି ୬ ପରାନୀ କୁଟୁମ ପୁଷୁଥିଲେ। ହେଲେ ୨ ବଛର ତଲେ ସେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ସଞ୍ଜୟକଁର ମାଏକିନା ବି ଛୁଆପିଲାକୁ ଧରି ନିଜର ବାପ୍‌ଘରେ ରହୁଛନ୍‌। ଏନ୍‌ତାଥି ମା’ପୁଓ ମାସିକ ପାଉଥିବାର ଭତା ଆର ୨୦ କେ.ଜି. ପିଡିଏସ୍‌ ଚାଉଲରେ ଦିନ୍‌ ବିତଉଥିବାର ସଞ୍ଜୟ କହିଛନ୍‌। ଏନ୍‌ତା ପରିସ୍ଥିତିରେ ସଞ୍ଜୟ ଅଁାଖିର ଚିକିଛା କରେଇ ନାଇଁପାରବାର। ଇ ବାବ୍‌ଦେ ଥାନୀଅ ବିଏସ୍‌ଏସ୍‌ଓ ଜାନିଥିଲେ ବି ସରକାରୀ ସାହାଯ୍‌ ତ ଦୂରର କଥା ଆଏଜ୍‌ତକ ମୋତେ ଆଶାବାଡ଼ି ଖଁଡ଼େ ନାଇଁ ଦେଇ ବଲି ସଞ୍ଜୟ ଅଭିଯୋଗ କରିଛନ୍‌। ଉପେ ଶୂଇନ୍‌ ସଞ୍ଜୟ ଗଣମାଧ୍ୟମ ଜରିଆରେ ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ମତାମତ ଲାଗି ବିଏସ୍‌ଏସ୍‌ଓକୁଁ ତାକର ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ କଲ୍‌ ରିସିଭ୍‌ ନାଇଁ କଲାରୁ ତାକର ମତାମତ ନାଇଁ ମିଲିପାରି।

Share