ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ଜନବସତି ମୁହାଁ ହେଲେଣି କୁମ୍ଭୀର

ସିଡ୍‌ନୀ,୨୩।୬: ଗ୍ଲୋବଲ୍‌ ଓ୍ବାର୍ମିଂ ଯୋଗୁ ଏବେ କୁମ୍ଭୀରଙ୍କ ଆକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଧୀରେ ଧୀରେ ଜଳସ୍ତର କମିଯାଉଥିବାରୁ ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏବେ ଏମାନେ ଏମିତି ଅଞ୍ଚଳକୁ ପସନ୍ଦ କରୁଛନ୍ତି ଯେଉଁ ଅଞ୍ଚଳକୁ ଏମାନେ ପୂର୍ବରୁ କେବେ ଯାଇ ନ ଥିଲେ। ଅଷ୍ଟ୍ରେଲିଆର ଚାର୍ଲସ୍‌ ଡାରଓ୍ବିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଏଡମ ବ୍ରିଟନ କହିଛନ୍ତି ଗ୍ରୀଷ୍ମର ପ୍ରକୋପ ଫଳରେ ଏମାନେ ଏବେ ଜନ ବସତି ଉପରେ ଆକ୍ରମଣ କରିବାକୁ ବି ପଛାଇବେ ନାହିଁ। ଲୋକସଂଖ୍ୟା ବୃଦ୍ଧି ପାିବା ଓ ଗ୍ଲୋବାଲ୍‌ ଓ୍ବାର୍ମିଂ ଏହାର ମୁଖ୍ୟ କାରଣ ବୋଲି ସେ କୁହନ୍ତି। ତେବେ ଏଭଳି ପରିସ୍ଥିତି ଇଣ୍ଡୋନେସିଆରେ ଦେଖିବାକୁ ମିଳିଥିବା କୁହନ୍ତି ଏଡମ। ଏବେ ଇଣ୍ଡୋନେସିଆର ଜନବସତିରେ ଅଧିକାଂଶ ସମୟରେ କୁମ୍ଭୀରଙ୍କୁ ଦେଖିବାକୁ ମିଳୁଛି।

Share