Categories: ଜାତୀୟ

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଗିରଫ

ବେଙ୍ଗାଲୁରୁ,୨୪ା୨(ପି.ଟି.): ଦୁର୍ଦ୍ଧର୍ଷ ଗ୍ୟାଙ୍ଗଷ୍ଟର ରବି ପୂଜାରୀଙ୍କୁ ଦକ୍ଷିଣ ଆଫ୍ରିକାରେ ଗିରଫ କରାଯିବା ପରେ ଭାରତ ଅଣାଯାଉଛି। ପ୍ରତ୍ୟର୍ପଣ ପରେ ତାଙ୍କୁ ଭାରତ ଅଣାଯାଉଛି। ଗ୍ୟାଙ୍ଗଷ୍ଟରଙ୍କୁ ଆଣିବା ପାଇଁ କର୍ନାଟକର ବରିଷ୍ଠ ଆଇପିଏସ୍‌ ଅଫିସରମାନଙ୍କର ଏକ ଟିମ୍‌ ଯାଇଥିଲା। କର୍ନାଟକ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ହତ୍ୟା, ବଳପୂର୍ବକ ଚାନ୍ଦା ଆଦାୟ ଭଳି ୨୦୦ରୁ ଊର୍ଦ୍ଧ୍ୱ ଅପରାଧ ମାମଲାରେ ସମ୍ପୃକ୍ତ ରବି ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ୧୫ ବର୍ଷ ହେଲା ସେ ଫେରାର ଥିଲେ। ଗିରଫ ପରେ ତାଙ୍କୁ ପଶ୍ଚିମ ଆଫ୍ରିକାର ସେନେଗାଲ ପଠାଯାଇଥିଲା। ସେଠାରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ସୋମବାର ସକାଳେ ସେ ବେଙ୍ଗାଲୁରୁରେ ପହଞ୍ଚତ୍ବେ ବୋଲି ରାଜ୍ୟ ପୋଲିସ ସୂତ୍ରରୁ ଜଣାପଡିଛି। ଗତବର୍ଷ ସେନେଗାଲରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନରେ ଆସି ସେ ପୁଣି ଫେରାର ହୋଇଯାଇଥିଲେ। ଏଠାରେ ପହଞ୍ଚତ୍ବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମିଳିତ ଭାବେ ତଦନ୍ତ ଚଳାଇବେ। ଗତବର୍ଷ ଜାନୁୟାରୀରେ ସେନେଗାଲ କର୍ତ୍ତୃପକ୍ଷ ରବିଙ୍କୁ ଗିରଫ କରିଥିଲେ। ତେବେ ତାଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟର୍ପଣ କରାଯିବା ପୂର୍ବରୁ ସେଠାର ଏକ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସେଠାରୁ ସେ ଦକ୍ଷିଣ ଆଫ୍ରିକା ପଳାଇଯାଇଥିଲେ। ଦକ୍ଷିଣ ଆଫ୍ରିକା ଓ ସେନେଗାଲ ପୋଲିସର ମିଳିତ ଅଭିଯାନରେ ଗ୍ୟାଙ୍ଗଷ୍ଟରଙ୍କୁ ଏକ ଗାଁରୁ ଗିରଫ କରାଯାଇଥିଲା। ସେଠାରୁ ସେନେଗାଲ ଅଣାଯିବା ପରେ ଭାରତୀୟ ଟିମ୍‌ ପ୍ରତ୍ୟର୍ପଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିଥିଲେ। ରବି ପୂଜାରୀ ଛୋଟା ରାଜନ ଗ୍ୟାଙ୍ଗରେ ଥିଲେ। ଏହା ପୂର୍ବରୁ ସେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ପାଇଁ କାମ କରୁଥିଲେ।

Share