ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ

କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ), ୧୪ା୧୧: ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜାଙ୍କୁ ବୁଧବାର ମଧ୍ୟାହ୍ନରେ କଟକ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ୱରର ବରଗଡ଼ ଅଞ୍ଚଳରୁ ଗିରଫ କରିଛି। ୨୦୦୪ ମସିହାରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ କଟକ ସିଜେଏମ୍‌ଙ୍କ କୋର୍ଟରେ ଏସ୍‌ଟି କେସ୍‌ (ନଂ. ୨୦୩/୦୪) ବିଚାରାଧୀନ ଥିଲା। କୋର୍ଟଙ୍କ ଧାର୍ଯ୍ୟ ତାରିଖରେ ରାଜା ହାଜର ନ ହେବାରୁ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। କୋର୍ଟ ଓ୍ବାରେଣ୍ଟ ବଳରେ ପୋଲିସ ଭୁବନେଶ୍ୱର ବିଜେବି ନଗରସ୍ଥ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଛି। କଟକରେ ଅନ୍ୟ ମାମଲାରେ ସମ୍ପୃକ୍ତି ନେଇ ତାଙ୍କୁ ହାଜତରେ ରଖି ପଚରାଉଚରା କରାଯାଉଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ୨୦୦୮ରେ ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ପୋଲିସ ରାଜାଙ୍କୁ ୨୦୦୮ ମେ ୨୮ରେ ଗୋଆରୁ ଗିରଫ କରିଥିଲା। ୨୦୧୦ରେ ଭୁବନେଶ୍ୱର ଜିଲା ଓ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ରାଜାଙ୍କ ନାମରେ ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ବିରଞ୍ଚିି ଦାସ ହତ୍ୟା ମାମଲାରେ ୨୦୧୭ ମାର୍ଚ୍ଚରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ସେହିପରି ଭୁବନେଶ୍ୱରସ୍ଥ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ଜାମିନ ଦେବା ପରେ ୨୦୧୮ ଏପ୍ରିଲ ୨୫ରେ ସେ ଝାରପଡ଼ା ଜେଲରୁ ମୁକୁଳିଥିଲେ। ଅନ୍ୟପକ୍ଷରେ ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀ ଅପହରଣ ମାମଲାରେ ୨୦୧୧ ଅକ୍ଟୋବରରେ ରାଜାଙ୍କୁ ଅଦାଲତ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ ଅଧକ୍ଷା ସୁକାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ: ହାଇକୋର୍ଟ ନିର୍ଦ୍ଦେଶରେ ଫଳାଫଳ ସଂରକ୍ଷିତ

ପାଟଣା,୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଶନିବାର ଅନାସ୍ଥା ପ୍ରସ୍ତାବ ବ୍ଲକ ସଭାଗୃହରେ ଆଗତ...

ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଅଲଣାପଦାରେ ଭାରତ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷାଜଳ...

ରେଳପଥରେ ଫାଟିଲା ଟ୍ରାନ୍ସଫର୍ମର, ୨ ଶ୍ରମିକ ପୋଡ଼ି ଗୁରୁତର

ତିହିଡ଼ି,୪ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରଲାପଥର ଗୁରୁଦାସପୁର ରେଳପଥରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟିଯିବା ଫଳରେ ନିଆଁରେ ପୋଡ଼ିଯାଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି l...

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ସର୍ବନିମ୍ନ ତାପମାତ୍ରା…

ଜି.ଉଦୟଗିରି,୪ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ସହର କ୍ରମାଗତ ୪ଦିନ ଧରି ରାଜ୍ୟର ସବୁବେଳେ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଶନିବାର ସର୍ବନିମ୍ନ ତାପମାତ୍ରା...

କଲରା ପତରିଆ ହାବୁଡ଼ରେ ପଡ଼ିଲା ୨୦ରୁ ଊର୍ଦ୍ଧ୍ୱ ମେଣ୍ଢା: ୧୧ ମୃତ ୧୦ରୁ ଅଧିକ ଗୁରୁତର

ନୂଆପଡ଼ା,୪।୧(ମକାରୁ ବେମାଲ): ପୁଣି ନୂଆପଡ଼ା ଜିଲାରେ ବାଘ ଆତଙ୍କ। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ବାଗବାହାଳ ଭୋଇ ପଡ଼ାରେ କଲରା ପତରିଆ ବାଘ ଆତଙ୍କ...

ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ

ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ...

ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ଅଘଟଣ ଘଟିଛି। ଲୁଟ୍‌ ପାଇଁ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ...

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର ୪/୧: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri