ଗ୍ୟାଷ୍ଟ୍ରିକ ସମସ୍ୟା

ଗ୍ୟାଷ୍ଟ୍ରିକ  ସମସ୍ୟା ଥିଲେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହା ଗ୍ୟାଷ୍ଟି୍ରିକ ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ।
ଚର୍ବିଜାତୀୟ ଏବଂ ଫ୍ରାଏ ହୋଇଥିବା ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ।
ଏବଂ ଅଧିକ ଲୁଣିଆ ଖାଦ୍ୟ ଖାଆନ୍ତୁ ନାହିଁ।
ଏବଂ ଭିନେଗାରରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
ମସଲାରେ ପ୍ରସ୍ତୁତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ।
ସମସ୍ୟା ଥିଲେ ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।
କୋଲେଷ୍ଟରଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ।
ଖାଦ୍ୟ-ମିଲ୍‌କ ସେକ୍‌, କ୍ଷୀର ସର, ଛେନା, ଆଇସକ୍ରିମ ଠାରୁ ନିଜକୁ ଦୂରେଇ ରଖନ୍ତୁ।
ପେଟପୁରା ଖାଦ୍ୟ ଖାଆନ୍ତୁ ନାହିଁ। ଏପରି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହୋଇ ପାରୁଥିବ।
ହଜମ କରିବାରେ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ପ୍ରତିଦିନ ଅତିକମ୍‌ରେ ୨-୩ ଲିଟର ପାଣି ପିଅନ୍ତୁ।