ବାସୁଦେବପୁର, ୨୭।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁରର ସୁବଦେବପୁରସ୍ଥିତ ଭାରତ ଗ୍ୟାସ ଗୋଡ଼ାଉନ୍ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ମଙ୍ଗଳବାର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଶରତ ମାହାଣା(୩୨)। ତେବେ ଶରତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଗ୍ରାମବାସୀ କ୍ଷତିପୂରଣ ଦାବିକରି ରାସ୍ତାରୋକୋ କରିବା ସହ ଗ୍ୟାସ ଗୋଡ଼ାଉନ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ଜବତ କରି କେସ୍ ନଂ. ୩୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।