ରାୟଗଡ଼ା ଅଫିସ,୨୩।୧: ରାୟଗଡ଼ା ଥେରୁବାଲି ଝୁପୁଡ଼ି ସାହିର ପରଦେଶୀ ନନ୍ଦଙ୍କ ସ୍ତ୍ରୀ ଲଳିତା ଲଳିତା ଗୁରୁବାର ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଇପ ଅଲଗା ହୋଇଯାଇଥିଲା। ସେଥିରୁ ନିଆଁ ବାହାରି ଲଳିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡ଼ିଯାଇଛି। ପରିବାର ଲୋକେ ତାଙ୍କୁ ରାୟଗଡ଼ାସ୍ଥିତ ଏକ ନର୍ସିଂହୋମ୍ରେ ଭର୍ତ୍ତି କରାଇଛନ୍ତି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।