Advertisement

ଗ୍ୟାସ୍‌ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

ବେଜିଂ,୧୪।୬: ଚାଇନାର ଜେଜିଆଙ୍ଗ ସହରରେ ଏକ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭୨ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତା କଡରେ ଗ୍ୟାସ ଭର୍ତ୍ତି ଟ୍ୟାଙ୍କରଟି ଅଟକି ଥିବାବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡିଥିଲେ। ୩୪ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share