ଗ୍ୟାସ୍‌, ରେଳଭଡ଼ା ବୃଦ୍ଧି: ଆନ୍ଦୋଳନ କରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ନୂଆବର୍ଷରେ ରେଳଭଡ଼ା ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ଦେଶବାସୀଙ୍କୁ ମୋଦି ସରକାରଙ୍କ ଉପହାର। କେନ୍ଦ୍ର ସରକାରଙ୍କ ଏହି ଦୁଇ ନିଷ୍ପତ୍ତିକୁ ବିରୋଧ କରି ସମାଜବାଦୀ ପାର୍ଟିର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଏଭଳି ସମାଲୋଚନା କରିଛି। ମୋଦି ସରକାରରେ ପିଆଜ ୨୦୦ ଟଙ୍କା, ଆଳୁ ୪୦ ଟଙ୍କା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଅଁ। ହୋଇଛି। ଆଉ ଏବେ ରେଳଭଡ଼ା ବୃଦ୍ଧି କରାଯାଇଛି, ଯାହା ସାଧାରଣରେ ଦରଦାମ୍‌ ଉପରେ ଗୁରୁତର ପ୍ରଭାବ ପକାଇବ। ଏହି ନିଷ୍ପତ୍ତି ଖୁବ୍‌ଶୀଘ୍ର ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ସମାଜବାଦୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

Share