ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ନିଆଁରେ ପୋଡ଼ି ସ୍ବାମୀସ୍ତ୍ରୀ ଗୁରୁତର

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଏମ୍‌ଭି-୪୨ ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗ୍ୟାସ ଲିକ୍‌ରୁ ନିଆଁ ଲାଗିବା ଯୋଗୁ ସ୍ବାମୀସ୍ତ୍ରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପ୍ରତାପ ମଣ୍ଡଳ ଏବଂ ସ୍ତ୍ରୀ ପାପିଆ।

ସୂଚନାନୁଯାୟୀ, ସକାଳେ ପାପିଆ ରୋଷେଇ କରିବା ଲାଗି ଗ୍ୟାସ ଲଗାଇବା ସମୟରେ ଗ୍ୟାସ ଲିକ୍‌ ହେବା ଯୋଗୁ ନିଆଁ ଲାଗିଯାଇଥିଲା। ନିଆଁରେ ପାପିଆ ଫସି ରହିଥିବା ଦେଖି ପ୍ରତାପ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

Share