ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ଚିକିଟି,୧୯ା୧୧(ଡି.ଏନ୍‌.ଏ.)- ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ସୋମବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ପର୍ଶୁ ଦାସଙ୍କ ସ୍ତ୍ରୀ ବାସନ୍ତି ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡରରେ ନିଅଁା ଲାଗି ଯାଇଥିଲା। ବାସନ୍ତି ଓ ପରିବାର ଲୋକେ ବାହାରକୁ ଦୌଡି ପଳାଇଯିବା ପରେ ଘରେ ଥିବା ଟିଭି, ଫ୍ରିଜ୍‌ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଗ୍ରାମବାସୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Share