ଗ୍ୟାସ୍‌ ଲିକ୍‌ରୁ ଘରପୋଡ଼ି: ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଜଳିଗଲା

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ଶନିବାର ପୂର୍ବାହ୍ନରେ ଗ୍ୟାସ୍‌ ସିଲଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ବଖରା ଘର ଓ ଗୁହାଳ ପୋଡ଼ିଯାଇଛି। ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲେ ମଧ୍ୟ ପହଞ୍ଚତ୍ବାରେ ବିଳମ୍ବ ଯୋଗୁ ଗୋଟିଏ ବାଇକ୍‌, ୩୦କୁଇଣ୍ଟାଲ ଧାନ, ୨ କୁଇଣ୍ଟାଲ ଚାଉଳ, ଟିଭି, ଫ୍ରିଜ୍‌, ଆଲମିରାରେ ଥିବା ୧୪ହଜାର ଟଙ୍କା ଓ ଅଳଙ୍କାର ମଧ୍ୟ ପୋଡ଼ିଯାଇଛି। ନିକଟରେ ଥିବା ଗୁହାଳ ପୋଡିଯାଇଥିବାରୁ ରାତିରେ ତାଙ୍କ ପରିବାର ଲୋକେ ଓ ଗୃହପାଳିତ ପ୍ରାଣୀ ଖୋଲା ଆକାଶ ତଳେ ରହିଛନ୍ତି ା ସରପଞ୍ଚ ହରେକୃଷ୍ଣ ଗିରି, ପୂର୍ବତନ ସରପଞ୍ଚ ବିଦ୍ୟାଧର ମଲ୍ଲିକ, ସମିତିସଦସ୍ୟ ଝାଡ଼େଶ୍ୱର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ପିନ୍ଧିବା ଲାଗି ଲୁଗା ଯୋଗାଇ ଦେଇଥିଲେ। ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।