ଗ୍ୟାସ୍‌ ଲିକ୍‌ରୁ ଜଳିଗଲା ଦୋକାନ

ଉଦଳା,୧୪ା୧୦(ଡି.ଏନ୍‌.ଏ.): ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଛକ ନିକଟରେ ଥିବା ରବୀନ୍ଦ୍ର ମହାନ୍ତ ଦୋକାନରେ ରବିବାର ଗ୍ୟାସ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସକାଳେ ହଠାତ୍‌ ଗ୍ୟାସ୍‌ ଲିକ୍‌ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୋକାନ ପାଖରେ ରବୀନ୍ଦ୍ରଙ୍କ ପରିବାର ରହୁଥିବାରୁ ଅଗ୍ନିକାଣ୍ଡରେ ତାଙ୍କ ୮ ବର୍ଷର ଝିଅ ସୁମିତ୍ରା ଆହତ ହୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଉଦଳା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଏହି ଦୋକାନରେ ତେଜରାତିଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ରହୁଥିବାରୁ ନିଅଁା ଶୀଘ୍ର ବ୍ୟାପିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ା