ଗ୍ୟାସ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗରେ ପ୍ରତିବାଦ

ଲୋଇସିଂହା,୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଏକ ଗ୍ୟାସ ଗୋଦାମରେ ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଉକ୍ତ ଗୋଦାମରେ ଏକ ସିଲିଣ୍ଡର ପିଛା କାଉଣ୍ଟର ସେଲିଂ ହେଉଛି ୮୨୯ ଟଙ୍କା ମାତ୍ର ସେଠାରେ ଡୋର ସେଲିଂ ପାଇଁ ୮୫୩ ଟଙ୍କା ନିଆଯାଉଛି। ଏ ନେଇ କୌଣସି ରସିଦ ଦିଆଯାଉ ନ ଥିବାବେଳେ ଲୋଇସିଂହା, ଜଡାମୁଡା, ପନେସା କେଉଁଟିପାଲି ଓ ନଗାଁ ଆଦି ଅଞ୍ଚଳର ଉପଭୋକ୍ତାମାନେ ପ୍ରତିବାଦ କରିଛନ୍ତି। ବାରମ୍ବାର ଏଭଳି ଘଟୁଥିବା ନେଇ ଉକ୍ତ ଗୋଦାମକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।

Share