ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ଘର

ବାଲିପାଟଣା,୧୨ା୧୧(ଡି.ଏନ୍‌.ଏ)
ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ବସ୍ତିରେ ରବିବାର ଗ୍ୟାସ ଟାଙ୍କିରେ ନିଅଁା ଲାଗି ଫାଟିଯିବାରୁ ମିର୍‌ ତୟୋବ ଅଲ୍ଲୀଙ୍କ ଘର ଜଳିଯାଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ରବିବାର ରାତିରେ ମିର୍‌ ତୟୋବଙ୍କ ପରିବାର ଲୋକେ ଶୋଇଥିଲେ। ରାତି ପ୍ରାୟ ୧୦ଟାରେ ଗ୍ୟାସ ଟାଙ୍କିରେ ହଠାତ୍‌ ନିଅଁା ଲାଗିଯାଇଥିବା ଦେଖି ପରିବାର ଲୋକ ବାହାରକୁ ପଳାଇ ଆସିଥିଲେ। ଖବରପାଇ ପାଟ୍ରୋଲିଂ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ବାଲିପାଟଣା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ପ୍ରାୟ ୩୦ହଜାର ଟଙ୍କାର ଆସବାବପତ୍ର ପୋଡିଯାଇଛି।

Share