ଗ୍ୟାସ ଲିକ୍‌ରୁ ୪ବଖରା ଜଳିଗଲା

ବିଞ୍ଝାରପୁର,୧୧।୧୦(ଡି.ଏନ.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ଗୁହାଳି ଗ୍ରାମରେ ଗୁରୁବାର ମଧ୍ୟାହ୍ନ ସମୟରେ ଗ୍ୟାସ ଟାଙ୍କି ଲିକ୍‌ କରି ୪ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ମୁତାବକ କପିଳା ପଞ୍ଚାୟତ ଗୁହାଳି ଗ୍ରାମର ନୟନ ମଲ୍ଲିକଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା ା ରୋଷଇ କରୁଥିବା ବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍‌ କରିଥିଲା। ଚାହୁଁଚାହୁଁ ଏହି ପାଇପରୁ ନିଆଁ ନିର୍ଗତ ହୋଇ ଘରର ବିଭିନ୍ନ ଆସବାବ ପତ୍ର ଜଳିଥିଲା। ଅଗ୍ନିକାଣ୍ଡରେ ନୟନଙ୍କ ୪ ବଖରା ଘର ଜଳି ପୋଡି ପାଉଁଶ ହୋଇଛି। ଖବର ପାଇ ବିଞ୍ଝାରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରର ସମସ୍ତ ଆସବାବ ପତ୍ର ଓ ଘରକରଣା ସାମଗ୍ରୀ ଜଳି ଯାଇଥିଲା। ଅଗ୍ନିକାଣ୍ଡ ପରେ ନୟନଙ୍କ ପରିବାର ଏବେ ବେସାହାରା ହୋଇପଡ଼ିଛି। ଏହି ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।