ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ମହିଳା ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୫ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୂଆସାହିରେ ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି। ସେ ହେଲେ ସଙ୍ଗୀତା ବେହେରା। ବୁଧବାର ରାତିରେ ସଙ୍ଗୀତା ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ କାରଣରୁ ସିଲିଣ୍ଡରଟି ଜଳି ଯାଇଥିଲା। ସଙ୍ଗୀତା ନିଆଁ ଲିଭାଇବାକୁ ଯାଇ ପୋଡି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁ, ହାତ ଓ ଛାତି ପୋଡି ଯାଇଛି।

Share