ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସଜନାଗଡ଼,୧୮।୫(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲ୍‌ଡ଼ିହା ଅଭୟାରଣ୍ୟ ରେଞ୍ଜରେ ଶନିବାର ସକାଳେ କୁଲ୍‌ଡ଼ିହା ବିଟ୍‌ରେ କାର୍ଯ୍ୟରତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ବର୍ତ୍ତମାନ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜଙ୍ଗଲରେ ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ କାର୍ଯ୍ୟରତ ଥିଲେ। ତେବେ ପୂର୍ଣ୍ଣଚନ୍ଦ୍ର ପାଟ୍ରୋଲିଂ କରୁଥିବା ସମୟରେ ପାଞ୍ଚଟି ଗୟଳ ତାଙ୍କ ଆଡ଼କୁ ଆସିଥିଲେ। ତେବେ ଚାରୋଟି ଗୟଳ ଚାଲିଯାଇଥିବା ବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share