Advertisement

ଗୟାଧରକୁଁ ଚିକିତ୍ସା ଲାଗି ପଠାଲା ପର୍‌ଶାସନ

ପର୍ଲା, ୧୮।୧ (ଡି.ଏନ୍‌.ଏ)-
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁାର ଗୟାଧର ଲୋହାର(୨୫)କୁଁ ପରଶାସନ ଶୁକୁରବାର ଉଧାର କରି ଚିକିଛା ଲାଗି ଜିଲା ମୁଖିଆ ଡାକ୍‌ତରଖାନା ଭବାନୀପାଟଣାକେ ପଠେଇଛେ। ଇ ବାବ୍‌ଦେ ଲାଗ୍‌ଲାଗ୍‌ ଧରିତ୍ରୀରେ ଖବର ବାହାରଲାରୁ ଥାନୀଅ ପରଶାସନ ଗୟାଧାରକୁଁ ସାହାଯ୍‌ର ହାତ୍‌ ବଢ଼ାଇଥିଲା।
ପୂବର ସୂଚନା ଅନ୍‌ସାରେ ଜୟନ୍ତପୁର ଗଁାର ଧନସିଂ ଲୋହାର(୬୫)କଁର ପରିବାର କହେଲେ ମାଏକିନା ଧନମତି(୫୫), ଦୁଇ ପୁଓ କେଶରୀ(୩୦), ଗୟାଧର(୨୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଏନ୍‌ତାଥି ଗଲା ୪ ବଛର ତଲେ ସାନ୍‌ ପୁଓ ଗୟାଧରକଁର ଛାତିରେ ଗୁଟେ ଘା’ ହେଇଥିଲା। ପରିବାର ଲୋକ୍‌ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଇ ବାବ୍‌ଦେ ଗଲା ୧୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଡା.ଲଲିତ ବେହେରାକଁର ଦେଖ୍‌ରେଖରେ ଗୁଟେ ଡାକ୍‌ତରୀ ଦଲ ଗୟାଧରକଁର ଘରେ ପୁହୁଁଚିଥିଲା। ସେଠାନେ ତାକର ପରୀକ୍ଷା ନିରୀକ୍ଷା କରବାର ସଂଗେ ଉଚ ଚିକିଛା ଲାଗି ତାହାକୁ ଜିଲା ମୁଖିଆ ଡାକ୍‌ତରଖାନାକେ ପଠାବାର କଥା ଦେଇଥିଲେ। ସେ ଅନ୍‌ସାରେ ଶୁକୁରବାର ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକଁର ଦେଖ୍‌ରେଖରେ ଗୟାଧରକୁଁ ଚିକିଛା ଲାଗି ଭବାନୀପାଟଣା ପଠାଯାଇଛେ। ଦରକାର ପଡ଼ଲେ ଉଚ ଚିକିଛା ଲାଗି ଗୟାଧରକୁଁ କଟକ ବଡ଼ ଡାକ୍‌ତରଖାନା ପଠାଯିବା ବଲି ଡା.ନାଏକ କହିଛନ୍‌। ଇ ମହତ୍‌ କାଯ୍‌ ଲାଗି ଗୟାଧରକଁର ମା’ବାପ୍‌ ଥାନୀଅ ପରଶାସନ ଆର ଧରିତ୍ରୀକେ ଧଏନ୍‌ବାଦ ଦେଇଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share