ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି ଅମ୍ଫନ: ୨୦ରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ପାରାଦୀପଠାରୁ ୭୭୦ କିମିଦୂରରେ ରହିଛି ବାତ୍ୟା ଅମ୍ଫନ। ଏହା ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି। ୨୦ ତାରିଖ ଅପରାହ୍ନରେ ଏହା ଦୀଘା-ହାତିଆ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ ରହିବ। ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ। ୧୯ ତାରିଖ ସକାଳୁ ପବନର ବେଗ ୭୫ କମିରୁ ଅଧିକ ରହିବ। ୨୦ ତାରିଖ ପରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ। ଏଥିପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମକୁ ୧୨ ଜିଲାକୁ ପଠାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ବାତ୍ୟା ଅମ୍ପନ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share