ଘନକୁହୁଡ଼ି: ଚିଲିକା ମଝିରେ ଦେଢ଼ଘଣ୍ଟା ଅଟକିଲା ଡଙ୍ଗା, ଯାତ୍ରୀ ଆତଙ୍କିତ

କୃଷ୍ଣପ୍ରସାଦ,୧୬।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଏକ କୁଦରେ ଯାତ୍ରୀବାହୀ ଡଙ୍ଗା ଅଟକି ଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଡଙ୍ଗାଟି ସକାଳ ୭ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଏଠାରେ ଅଟକି ରହିଥିଲା। ଡଙ୍ଗାରେ ମୋଟ୍‌ ୩୦ ଜଣ ଯାତ୍ରୀ ଥିବାବେଳେ ୧୦ଟି ମୋଟରସାଇକେଲ୍‌ ମଧ୍ୟ ଥିଲା। ଏଥିରେ ୫ ମହିଳା, ୩ ଶିଶୁ ଥିବାବେଳେ ଅନ୍ୟମାନେ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଦେଢ଼ଘଣ୍ଟା ମଝି ନଈରେ ଅଟକି ରହିଥିଲେ। କୁହୁଡ଼ି ଛାଡ଼ିବାରୁ ଯାତ୍ରୀମାନେ ଓହ୍ଲାଇ କୂଳକୁ ଆସିଥିବା ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ କନ୍ଦାଖାଇ ମହାବିଦ୍ୟାଳୟର ଅଧ୍ୟାପକ ସେକ୍‌ ହୁସେନ୍‌ କହିଛନ୍ତି।