Categories: ଜାତୀୟ

ଘନକୁହୁଡ଼ି ଯୋଗୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ

ଜୟପୁର,୧୮।୧୧: ରାଜସ୍ଥାନ ବିକାନେର୍‌ରେ ସୋମବାର ସକାଳ ୬ଟା ୩୦ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଶ୍ରୀଣ୍ଡୁରଗଡ଼ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ଯୋଗୁ ଏଭଳି ଘଟିଛି। ଦୁର୍ଘଟଣା ପରେ ବସ୍‌ ଓ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ତେବେ ସ୍ଥାନୀୟ ଲୋକେ ଏହାକୁ ଲିଭାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌ଟି ବିକାନେର୍‌ରୁ ଜୟପୁର ଯାଉଥିଲା। ଦୁର୍ଘଟଣା ପରେ ବସଟ ଓଲଟି ପଡ଼ିଥିଲା। ଘନକୁହୁଡ଼ି ଯୋଗୁ ରାସ୍ତା ନ ଦେଖା ଯିବାରୁ ଏଭଳି ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share