Categories: ଜାତୀୟ

ଘନେଇଲା କଶ୍ମୀର ପ୍ରସଙ୍ଗ: ରାଜନାଥ ରଖିଲେ ଉତ୍ତର; କଂଗ୍ରେସ ସଦସ୍ୟଙ୍କ ଗୃହତ୍ୟାଗ

ନୂଆଦିଲ୍ଲୀ,୨୪।୭: କଶ୍ମୀର ପ୍ରସଙ୍ଗ ବୁଧବାର ପୁଣି ଘନେଇଛି। ଏହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଉତ୍ତର ରଖିଥିଲେ ମଧ୍ୟ ବିରୋଧୀ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରି ଗୃହତ୍ୟାଗ କରିଛନ୍ତି। ରାଜନାଥ ସିଂ କହିଥିଲେ ଯେ, ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏଥିରେ କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗକୁ ସ୍ଥାନ ଦିଆଯାଇ ନ ଥିଲା। ମାତ୍ର କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବୀ କରାଯାଇଥିଲା।

Share