ଘରକୁ ଘର ବୁଲି ଚାଲିଛି ସର୍ଭେ

ଦେବଗଡ଼,୨୨ା୪(ଡି.ଏନ.ଏ)-ଦେବଗଡ଼ ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଶନ ମୁଡ୍‌ରେ ଚାଲିଛି ସର୍ଭେ ା ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ଏଏନଏମ୍‌ ଏବଂ ଆଶାକର୍ମୀଙ୍କ ଟିମ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତି ଘରକୁ ଯାଇ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ କରୁଛନ୍ତି ା କୌଣସି ପରିବାରରେ କିଏ ବାହାରେ ରହୁଛନ୍ତି ା ସେମାନଙ୍କ ଭିତରକୁ କିଏ ଘରକୁ ଫେରଛନ୍ତି ନା ନାହିଁ ା ପରିବାର ସଦସ୍ୟଙ୍କୁ ଥଣ୍ଡା,କାଶ କିମ୍ବା ଜ୍ୱର ହୋଇଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝୁଛନ୍ତି ା ଏପରି କି ଘରେ ଥିବା ବୃଦ୍ଧାବୃଦ୍ଧ ଓ ଛୋଟ ପିଲାମାନଙ୍କ ସମ୍ପର୍କରେ ସେମାନେ ବିବରଣୀ ସଂଗ୍ରହ ସହିତ କରୋନା ସତର୍କତା ଉପରେ ସଚେତନ କରୁଛନ୍ତି ା ପ୍ରତି ସପ୍ତାହରେ ଏହି ଟମ୍‌ ୨ଥର ଏଭଳି ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି ା ଜିଲାପାଳଙ୍କ ସମୀକ୍ଷା ପରେ ରିପୋର୍ଟଗୁଡିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀଙ୍କ ପାଖକୁ ପଠାଯାଉଛି ା ସାମାନ୍ୟ ଥଣ୍ଡା,କାଶରେ ଆକ୍ରାନ୍ତଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ଆବଶ୍ୟକ ଔଷଧ ଦେଉଛନ୍ତି ା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛନ୍ତି ା ଅତି ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ୍‌ ତାଙ୍କ ଘରକୁ ଯାଇ ଔଷଧ ସେବନ ପାଇଁ ପରାମର୍ଶ ଦେଉଛନ୍ତି ା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ଦ୍ୱାରା ଜିଲା ମୁଖ୍ୟ ଚିକିସତ୍ାଳୟକୁ ରୋଗୀଙ୍କୁ ପଠାଯାଇ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଉଛି ା କରୋନା ଲକ୍ଷଣ ଥିଲେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି ା