ଘରକୁ ଫେରିବା ବେଳେ ବାଟରେ ଟଳିପଡିଲେ

ଜଳେଶ୍ୱର, ୧୫।୫(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଜଣେ ପ୍ରବାସୀଙ୍କର ଶୁକ୍ରବାର ମଧ୍ୟାହ୍ନ ସମୟରେ ୬୦ନଂ. ଜାତୀୟ ରାଜପଥ ଲକ୍ଷ୍ମଣନାଥ ଉପାନ୍ତ ଚେକ୍‌ଗେଟ୍‌ ନିକଟରେ ମୃତ୍ୟୁ ଘଟିଛି। ତାଙ୍କ ନାମ ଧୁବେଇ ମହାନ୍ତି (୫୬) ଓ ଘର ପୁରୀ ଜିଲା କାକଟପୁର ଅଞ୍ଚଳ ଟିକରପଡ଼ା ଗାଁରେ।
ସେ କୋଲକାତାରେ ରହି କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ଯୋଗୁ ସେ ୨ମାସ ଧରି ସେଠାରେ ଅଟକି ଯାଇଥିଲେ। ଶୁକ୍ରବାର ସେ କୋଲକତା-ସୋନାକଣିଆ ବସ୍‌ରେ ଫେରିଥିଲେ। ସେ ବସ୍‌ଷ୍ଟାଣ୍ଡରୁ ଓହ୍ଲାଇ ଦ୍ୱିପ୍ରହର ସମୟରେ ୬୦ନଂ. ଜାତୀୟ ରାଜପଥକୁ ନିଜର ଆସବାବପତ୍ର ଧରି ଚାଲି ଚାଲି ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେ ହଠାତ୍‌ ରାସ୍ତାରେ ପଡ଼ିଯାଇଥିଲେ। ତାଙ୍କର କପାଳର ଡାହାଣପଟେ ଏକ କ୍ଷତ ସୃଷ୍ଟି ହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା ଲୋକେ ତାଙ୍କୁ ପାଣି ଦେଇଥିଲେ ମଧ୍ୟ ସେ ଅଚେତ ହୋଇପଡିଥିଲେ। ଖବର ପାଇ ଜଳେଶ୍ୱର ପୋଲିସ୍‌ ପହଞ୍ଚତ୍ ତୁରନ୍ତ ତାଙ୍କୁ ହସ୍‌ପିଟାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଅଂଶୁଘାତଜନିତ ମୃତ୍ୟୁ କି ହୃଦଘାତଜନତ୍‌ ତାହା ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ପୋଲିସ୍‌ କହିଛି। ଏ ସମ୍ପର୍କରେ ତାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ସମ୍ପର୍କୀୟମାନେ ଆସିବା ପରେ ବ୍ୟବଚ୍ଛେଦ ହେବ ବୋଲି ପୋଲିସ୍‌ କହିଛି।