Posted inରାଜ୍ୟ

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ଥିବାରୁ ରୋଜଗାର ଆଶାରେ ଏଜେଣ୍ଟଙ୍କ ଜରିଆରେ ୧୧ ମାସ ତଳେ ଉଭୟେ ଦୁବାଇ ଯାଇଥିଲେ। ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ମାସକୁ ୩୫ ହଜାର ଟଙ୍କା ଦରମା ଦେବ ବୋଲି କହି ସେମାନଙ୍କୁ ନେଇଥିଲେ। ସେଠାରେ ଦୁଃଖକଷ୍ଟରେ ରହିବା ସହ ଏକପ୍ରକାର ବନ୍ଦୀଜୀବନ ବିତାଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳି ଆସିଛନ୍ତି। ଶୁକ୍ରବାର ଏମାନେ ଘରକୁ ଫେରିବା ପରେ ପରିବାରରେ ଆନନ୍ଦ ଦେଖିବାକୁ ମିଳିଛି। ସେହିପରି ଘରକୁ ଫେରି ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି।
କହିବାନୁସାରେ, ସେ ଓ ଗୁମାନ ଜୁଲାଇ ୨୦୧୮ରେ କାମ କରିବା ପାଇଁ ଦୁବାଇ ଯାଇଥିଲେ। ସେଠାରେ ଜଣେ ଠିକାଦାର ତାଙ୍କୁ ରଡ଼ ବାନ୍ଧିବା କାର୍ଯ୍ୟ କରିବାକୁ କହିଥିଲେ। ରହିବା ପାଇଁ ଘର ଦେଇଥିବା ବେଳେ ଖାଇବାକୁ କେବଳ ଭାତ ଓ ଡ଼ାଲି ଦେଉଥିଲେ। ଅନ୍ୟ କିଛି ଉପାୟ ନ ଥିବାରୁ ଏମାନେ ବାଧ୍ୟ ହୋଇ ତାହା ଖାଉଥିଲେ। ତାଙ୍କ ସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରୁ ଯାଇଥିବା ଅନ୍ୟ ୮ ଜଣ ଶ୍ରମିକ ମଧ୍ୟ ଏହି କାମ କରିଥିଲେ। ଦୁଇ ମାସ କାମ କରିବା ପରେ ଆଉ କାମ କରିବାକୁ ଦେଲେ ନାହିଁ। ଖାଇବାକୁ ମଧ୍ୟ ଦିଆଗଲା ନାହିଁ । ଏହିଭଳି ଭାବେ ତାଙ୍କୁ ହଇରାଣ କରାଗଲା। ପ୍ରଥମେ ୨/୪ମାସ ଠିକାଦାର ଜଣଙ୍କ କିଛି ଟଙ୍କା ଦେଇଥିବା ବେଳେ ଅନ୍ୟ ମାସର ଦରମା ଦେଉ ନ ଥିଲେ। ଏପରିକି ନାଲି ଆଖି ମଧ୍ୟ ଦେଖାଉଥିଲେ। ସେଠାରେ କେହି ନ ଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଡରିମରି ନିର୍ଯାତନା ସହି ରହୁଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଗଞ୍ଜାମର ଜଣେ ଶ୍ରମିକ ସେମାନଙ୍କ ନିର୍ଯାତନାର ଦୃଶ୍ୟ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହା ପରେ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୁବାଇସ୍ଥିତ ଭାରତୀୟ ଦୂତାବାସଙ୍କୁ ଜଣାଇଥିଲେ। ପରେ ୨୬ ତାରିଖରେ ସମସ୍ତ ୧୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ। ଶୁକ୍ରବାର ପ୍ରତାପ ଓ ଗୁମାନ ଘରକୁ ଫେରିଛନ୍ତି। ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ଭିତରେ କାମ କରିବେ, ହେଲେ ବାହାରକୁ ଯିବେ ନାହିଁ ବୋଲି ପ୍ରତାପ ଓ ଗୁମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri