ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ ବାରମ୍ବାର ଅପିଲ କରିଛନ୍ତି। ହେଲେ ଓଡିଶାରୁ ଅନେକ ଶ୍ରମିକ ପଦଯାତ୍ରା, ସାଇକେଲ ଯାତ୍ରା ଓ ଅନ୍ୟାନ୍ୟ ଉପାୟରେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । କେତେକ ଏଥିରେ ସଫଳ ହେଉଥିବା ବେଳେ ଅନ୍ୟ କେତେକ ଶ୍ରମିକ ପୋଲିସ ଦ୍ୱାରା ଅଟକ ରହିତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ ହେଉଛନ୍ତି । ବାମରାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗ ଯାଉଥିବା କେତେକ ଶ୍ରମିକ ଏଭଳି ଫସିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶୀଦାବାଦ ଜିଲା ଅଞ୍ଚଳର ୧୨ଜଣ ଶ୍ରମିକ ବାମରା ବ୍ଲକ ସଦର ମହକୁମା ଗଣେଶ ନଗର ଅଞ୍ଚଳରେ ରହି ପୁରୁଣା ଲୁହାଟିଣ କ୍ରୟ ବିକ୍ରୟ କରି ରୋଜଗାର କରି ଆସୁଥିଲେ । କରୋନା ଭାଇରସକୁ ନେଇ ଦେଶରେ ଲକଡାଉନ ଘୋଷଣା ହେବା ପରେ ସେମାନେ ନିଜ ରୋଜଗାର ହରାଇଥିଲେ। ଶେଷରେ ପରିବାର ଓ ଭିଟାମାଟି ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ସେମାନଙ୍କ ମଧ୍ୟରୁ ୮ ଜଣ ନିଜ ଘରକୁ ସାଇକେଲରେ ଫେରିଯିବା ପାଇଁ ସ୍ଥିର କରିଥିଲେ। ୧୨ ତାରିଖ ବାମରାରୁ ଘରକୁ ବାହାରିଥିଲେ । ବାଟରେ ବଡଗାଁ ଓ ରାଜଗାଙ୍ଗପୁରରେ କାମ କରୁଥିବା ଅନ୍ୟ କେତେକ ଶ୍ରମିକ ମିଶିଥିଲେ। ଓଡିଶା ସୀମା ଡେଇଁ ସେମାନେ ଝାଡ଼ଖଣ୍ଡ ରାଞ୍ଚତ୍ ଧାନବାଦ ଦେଇ ପଶ୍ଚମବଙ୍ଗ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ସୀମାରେ ମୁତ୍ତୟନ ଥିବା ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚତ୍ ଜିଲା ସିଲି ଥାନା ପୋଲିସ ଅଟକାଇଥିଲା। ସମସ୍ତଙ୍କ ସ୍ବାବ ନମୁନା ପରୀକ୍ଷା କରି ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦେଇଥିବା ସେମାନେ ସୂଚନା ଦେଇଛନ୍ତି।

Share