ଘରକୁ ରଖନ୍ତୁ ସୁବାସିତ

ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍‌ ସାମଗ୍ରୀ ବି ବ୍ୟବହାର କରନ୍ତି। ହେଲେ ଏସବୁ ପରେ ବି ଯଦି ଘର ଭିତରେ କୌଣସି ପ୍ରକାରର ଗନ୍ଧ ହେଉଥାଏ ତେବେ ଏହା ମାନସିକ ସ୍ତରରେ ବି ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ମୁଡ୍‌ ଫ୍ରେଶ୍‌ ରଖିବା ଲାଗି ଘରକୁ କିପରି ପ୍ରାକୃତିକ ଉପାୟରେ ସୁବାସିତ ରଖିହେବ ଜାଣି ରଖନ୍ତୁ ଟିପ୍ସ…

ଫୁଲ: ଆପଣ ଘରେ ଫୁଲଦାନିରେ ତାଜା ଫୁଲ ରଖିପାରିବେ। ଏହା ନା କେବଳ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ ବରଂ ଏହାର ପ୍ରକୃତିକ ମହକରେ ଘର ସୁଗନ୍ଧିତ ହୋଇ ଉଠିବ। ଶୁଖିଯାଇଥିବା ଫୁଲକୁ ନ ଫିଙ୍ଗି ଝରକାରେ ଅବା ଟେବୁଲ୍‌ ଉପରେ ବାନ୍ଧି ରଖନ୍ତୁ। ଏପରି କରିବା ଦ୍ୱାରା ଆପଣ ଯେବେବି ଫ୍ୟାନ୍‌ ଖୋଲିବେ ଅବା ଝରକା ଦେଇ ପବନ ଆସିବ ଘର ଭିତରର ବାତାରଣ ସମ୍ପୂର୍ଣ୍ଣ ଫ୍ରେଶ୍‌ ଲାଗିବ। ଆପଣ ଚାହିଁଲେ ତାଜା ଫୁଲର ପାଖୁଡ଼ା ନେଇ ପାଣିରେ ଭଲ ଭାବେ ପ୍ରାୟ ଅଧ ଘଣ୍ଟା ଫୁଟେଇ ଦେବେ ଉକ୍ତ ପାଣିକୁ ଛାଣି ସ୍ପ୍ରେ ବୋତଲରେ ରଖି ପାରିବେ। ଏହି ଫ୍ଲୋରାଲ ସ୍ପ୍ରେକୁ ଘରେ ପକାଇଲେ ଘର ମହକିବ।
କର୍ପୂର: ଏହା ମଧ୍ୟ ଏକ ଭଲ ପ୍ରାକୃତିକ ଫ୍ରାଗ୍‌ନାନ୍ସ ପ୍ରଡକ୍ଟ। ଏହାକୁ ଡ୍ରଇଂ ରୁମ୍‌ ଏବଂ ଅନ୍ୟାନ୍ୟ ରୁମ୍‌ରେ ରଖି ପାରିବେ। ଏହା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ଧୀରେ ଧୀରେ ଉଡ଼ି ଯାଇଥାଏ ଏବଂ ଘର ଭିତରେ ଏହାର ମହକ ଖେଳିଯାଏ।
ଗୋଲାପ ଜଳ: ଘର ଭିତରେ ହେଉ କିମ୍ବା ବାଲକୋନିରେ ଥିବା ଗଛରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ। ପବନ ଚଳାଚଳ ସହିତ ଏହାର ସୁଗନ୍ଧ ଆପଣଙ୍କୁ ଏକ ଫ୍ରେଶ୍‌ ବାତାବରଣ ଯୋଗାଇବ।
କଫି: ଏହାର ମହକ ମୁଡ୍‌ଫ୍ରେଶ୍‌ କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ଏକ ଛୋଟ ଜାଗାରେ କଫି ପାଉଡର କାଢ଼ି ଟେବ୍‌ଲ ଉପରେ ରଖି ଦିଅନ୍ତୁ। ଏହା ବ୍ୟତୀତ କଫି କ୍ୟାଣ୍ଡେଲ୍‌ ଜଳାଇବା ଦ୍ୱାରା ମଧ୍ୟ ଏହାର ସୁଗନ୍ଧ ସାରା ଘରକୁ ଖେଳିଯିବ।
ବେକିଂ ସୋଡ଼ା ଏବଂ ଲେମ୍ବୁ: ଲେମ୍ବୁର ବାସ୍ନା ଏଭଳି ତାହା ଆଖ ପାଖରେ ହେଉଥିବା ଦୁର୍ଗନ୍ଧକୁ ଦୂର କରିଦିଏ। ତେଣୁ ଏକ ପାତ୍ରରେ ଅଳ୍ପ ପାଣି ସହ କିଛି ଟୋପା ଲେମ୍ବୁରସ ମିଶାଇ ରଖନ୍ତୁ କିମ୍ବା ଏକ କାଚ ବୋତଲରେ ବେକିଂ ସୋଡ଼ା ଏବଂ ଲେମ୍ବୁକୁ ଛୋଟ ଛୋଟ କାଟି ଘରର ଏକ ପାର୍ଶ୍ୱରେ ରଖନ୍ତୁ। ଏଥିରୁ ବାହାରୁଥିବା ମୃଦୁ ମୃଦୁ ସୁଗନ୍ଧ ଆପଣଙ୍କୁ ବେଶ୍‌ ଭଲ ଲାଗିବ ଏବଂ ଫ୍ରେଶ୍‌ ଲାଗିବ।