ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ରତି

ଖପ୍ରାଖୋଲ, ୧୩।୨(ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗାଁଗଁଲିନୁ ସହର ତକ୍‌ ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଅବାସ, ବିଜୁ ପକାଘର ଲେଖେଁ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଆଏଜ୍‌ ବି ଗାଁଗଁଲିମାନକେ ପରଭାବଶାଲି ଲୋକ୍‌ମାନେ ଗଫଲତି କରି ଯୋଜନାର ଲାଭ୍‌ ଉଠଉଥିଲାବେଲେ ହକ୍‌ଦାର ହିତାଧିକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁରେ।
ସୂଚନା ଅନ୍‌ସାରେ ନାନ୍ଦୁପଲା ଗାଁର ବୁରୁଧ୍‌ ବିଧବା ରତି ରାବଣ(୮୦)। ଅନେକ ବଛର ହେଲା ଆପ୍‌ନେ ପାରପାରକେ ଚାଲିଯାଇଛନ୍‌। ରତି ପେଟ୍‌ ପାଲବାର ଲାଗି ଫିଦିନ ହରିଶଙ୍କର ମନ୍ଦିର ଆଘେ ଫୁଲ, ବେଲପତର ବିକି ଦୁଇପଏସା ରୁଜଗାର କରୁଛନ୍‌। ଇତାର ବାହାରେ ମାସିକ ୫ଶହ ଟଁକା ବୁଢ଼ାବୁଢ଼ୀ ଭତା ପାଉଛନ୍‌। ଆପ୍‌ନେ ଥିଲାବେଲେ ଦୁଖସୁଖ କରି ମାଏଟ୍‌ କୁରିଆଟେ ତିଆର କରିଥିଲେ। ହେଲେ ସେ ଚାଲିଗଲା ଦିନୁ ଅଭାବ ଅନାଟନ ଲାଗି ବୁରୁଧ୍‌ ରତି ସେ ଘରଟା ମରାମତି କରି ନାଇଁପାରବାର। ଏନ୍‌ତାଥି ସେ ଭଂଗା ଦଦ୍‌ରା ମାଏଟ୍‌ କୁରିଆ ଉପରେ ଗୁଟେ ପଲିଥିନ୍‌ ଢାପି ଖରା, ବରଷା, ଶୀତ୍‌ କାକରରେ ଜୀବନ୍‌ ବିତଉଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ଥକି ଗଲିନ। ହେଲେ କେହି ମୋର କଥା ନି ଶୁନବାର। ଏନ୍‌ତାଥି ଇ ଭଂଗା ଘରେ ରହୁଛେଁ, ଘର ଚେପାଲେ ମରମି ବଲି ସେ ନିରାଶ ହେଇ କହିଛନ୍‌। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ସୁରେଶ ପୂଝାରୀକୁଁ ପଚ୍‌ରାଲାରୁ ଦେଖ୍‌ବାକେ ଗଲେ ରତି ଘର ପାଏବାର ଲାଗି ହକ୍‌ଦାର ଆଏ। ହେଲେ ତାଲିକାରେ ତାକର ନଁା ନଁାଇଁନ। ତାକର ନଁା ତାଲିକାରେ ଚଢ଼ାବାର ଲାଗି ଆବେଦନ କରାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚ୍‌ରାଲାରୁ ଘର ପାଏବାର ଲାଗି ହେଲେ ତାଲିକାରେ ନଁା ଥିବାର ଦରକାର। ନାଇଁଥିଲେ ନିୟମ ହିସାବେ ନଁା ଯୁଡ଼ା ଯାଇ ତାହାକୁ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକାଘର ଯୋଜନାରେ ସାମିଲ କରାଯିବା ବଲି ସେ କହିଥିଲେ।

Share