ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଦଦ୍‌ରା ମାଏଟ୍‌ କୁରିଆରେ ୬ ପରାନୀ କୁଟୁମ୍‌

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ନିସାହା, ଗରିବ୍‌ ଦୁଖିକୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡ଼ିଆ, ବିଜୁ ପକାଘର ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌ ହକ୍‌ଦାର ହିତାଧିକାରୀ ଭିନେ ଭିନେ କାରନରୁ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କମେଇମୁଣ୍ଡା ପଁଚେତ୍‌ ମାନ୍ଦଲା ଗଁାର ପୁଟାପଡ଼ାରେ।
ସୂଚନା ଅନ୍‌ସାରେ ମାନ୍ଦଲା ଗଁାର ପୁଟାପଡ଼ାର ଅନାତ ମାଝି। ପରିବାର କହେଲେ ମାଏକିନା ଚୁରାମଣି, ୪ ଝି’ ଆର ଗୁଟେବଲି ପୁଓକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ଅନାତ କୁଲିମଜୁରି କରୁଥିଲାବେଲେ ମାଏକିନା ଚୁରାମଣି ଗଁାର ସ୍କୁଲରେ ରଁାଧେନ ହିସାବେ କାମ୍‌ କରୁଛନ୍‌। ଧାର ଉଧାର କରି ଅନାତ ବଡ଼ ଝି’କେ ବିହା କରିଛନ୍‌। ହେଲେ ଏହେଦେ ବି ମୁଡ଼ ଉପରେ ୩ ଝି’ର ବିହା ବୋଝ୍‌ ରହିଛେ। ଦୁଇ ମାଏଝି ମୁନୁଷ୍‌ ଯାହା କମଉଛନ୍‌ ସେଟା ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ପରିବାରଟା ଭଲ ଘର ଖଁଡ଼େ ତିଆରିବାର ଲାଗି ସକ୍ଷମ ନୁହଁନ୍‌। ଏନ୍‌ତା ପରିସ୍ଥିତିରେ ୬ ପରାନୀ କୁଟୁମ ଗୁଟେ ଦଦ୍‌ରା ମାଏଟ୍‌ ଖପର ଘରେ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଆଶ୍‌ରେ ଅନାତ ଦରକାରୀ କାଗଜପତର ଧରି ଅନେକ ଥର ପଁଚେତ୍‌କେର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ ବରଷା ଦିନେ ବଡ଼ା ଗୁଲ୍‌ଗୁଲା ହେଉଛୁଁ। ଘର ଭିତରେ ଦରୋ ଦରୋ ପାଏନ୍‌ ଗଲୁଛେ, ରହିବସି ନାଇଁ ହେବାର ବଲି ଅନାତ କହିଛନ୍‌। ସେନ୍‌ତା ପରିବାରରେ ୬ ଝନ୍‌ ଲୋକ୍‌ ରହିଥିଲାବେଲେ ଝନ୍‌ପିଛା ୫ କେ.ଜି. ହିସାବେ ମାସିକ ୩୦ କେ.ଜି. ଚାଉଲ ମିଲବାର କଥା। ହେଲେ ଇ ପରିବାରକେ ମାସିକ ୨୫ କେ.ଜି. ଚାଉଲ ମିଲୁଛେ। ସରକାର ଗରିବ୍‌ ପରିବାରମାନକୁ ଅବାସ ଯୋଜନାରେ ଘର ଯୁଗେଇ ଦେଉଥିଲାବେଲେ ଅନାତ ପଁଚେତ୍‌ରେ ଦରକାରୀ କାଗଜପତର ଦାଖଲ କରି ବାରବାର ଗୁହାରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଘଟନାର ତଦଁତ କରି ଅନାତକୁଁ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।

Share