ଘରପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବି: ପୌରସଂସ୍ଥା ଘେରିଲା ଭାଜପା

ଜୟପୁର,୧୨ା୬(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହରର ବସ୍ତି ଅଞ୍ଚଳରେ ଘରପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ଦାବି ନେଇ ବୁଧବାର ପୌରସଂସ୍ଥା କାର୍ଯ୍ୟାଳୟ ଘେରିଛି ନଗର ଭାଜପା। ସହରର ଭୂମିହୀନ ଲୋକଙ୍କୁ ସରକାରୀ ଜମି ଦିଆଯିବା ପାଇଁ ଡ୍ରୋନ ସର୍ଭେ ପରେ ୪ ହଜାରରୁ ଅଧିକ ହିତାଧିକାରୀଙ୍କୁ ଚୟନ କରାଯାଇଛି। କିନ୍ତୁ ମାତ୍ର ୧୨ଶହ ଜଣଙ୍କୁ ଏହା ଦିଆଯାଇଥିବା ବେଳେ ବାକି ଲୋକଙ୍କୁ ପଟ୍ଟା ମିଳିନାହିଁ। ସେହିପରି ପଟ୍ଟାଧାରୀ ଓ ଅନ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ପାଇଁ ଦାବି ହୋଇଛି। ପୌରସଂସ୍ଥା ତୁରନ୍ତ ଏହାକୁ କାର୍ଯ୍ୟକାରୀ ନକଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଭାଜପା ପୌର କାର୍ଯ୍ୟନର୍ବାହୀ ଅଧିକାରୀ ଗୋପୀନାଥ ସାରକାଙ୍କୁ ଲିଖିତ ଦାବିପତ୍ର ଦେଇଛି। ନଗର ସଭାପତି ଅମରଲାଲ ଆହୁଜାଙ୍କ ନେତୃତ୍ୱରେ ଦେବେନ୍ଦ୍ର ବାହିନୀପତି, ଏ. ଦୁର୍ଗାପ୍ରସାଦ, ସୁଧାଂଶୁ ଶେଖର ଜେନା, ଗୌର ଦାଶ, ଅହଲ୍ୟା ବିଶୋୟୀ, ନଳିନୀ ଦାଶ ଓ ବିଭିନ୍ନ ବସ୍ତି ଅଞ୍ଚଳ ବାସିନ୍ଦା ଏଥିରେ ଉପସ୍ଥିତ ଥିଲେ।

Share