ଘରଭଙ୍ଗା ବିପନ୍ନଙ୍କୁ ସାହାଯ୍ୟର ହାତବଢ଼ାଇଲେ କମ୍ରେଡ

ପୁରୁଣା ଭୁବନେଶ୍ୱର,୨୦ା୭ (ଡି.ଏନ୍‌.ଏ.): ବାତ୍ୟା ଫନୀ ଯିବାର ୨ମାସ ୧୪ଦିନ ପରେ ମଧ୍ୟ ବିପନ୍ନଙ୍କୁ ଏଯାବତ ସହାୟତା ମିଳିପାରି ନାହିଁ। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ବିପନ୍ନଙ୍କ ନଁା ବ୍ଲକ ତାଲିକାରେ ନ ଥିବାବେଳେ ତାହା ଆଶିଂକ ଘରଭଙ୍ଗା ତାଲିକାରେ ରହିଥିବା ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସହାୟତା ରାଶି ନ ପାଇ ବର୍ଷାରେ ବିପନ୍ନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳରେ ସ୍ଥାନୀୟ ଉତ୍ତରା ଫାଣ୍ଡି ଅଧୀନ ତିଗିରିଆ ଗଁ।ରେ ବାତ୍ୟାରେ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା କେଶବ ବେହେରା(୪୦)ଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ସିପିଆଇଏମଏଲ(ଲିବରସନ) କେନ୍ଦ୍ର କମିଟି। ତାଙ୍କ ପରିବାରକୁ ତତ୍‌କାଳ ସହଯୋଗ ପାଇଁ ମୃତକ କେଶବଙ୍କ ବାପା କାଶିନାଥଙ୍କୁ ୧ଲକ୍ଷ ଟଙ୍କାର ନଗଦରାଶି ପ୍ରଦାନ କରାଯାଇଛି। ଶୁକ୍ରବାର ଏହି ରାଶିକୁ ଦଳର ବରିଷ୍ଠ ନେତା ସାଥୀ ଦିବାକର ବେଉରା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଜିଲା ସମ୍ପାଦକ ଅଶୋକ ପ୍ରଧାନ ବ୍ଲକ ସମ୍ପାଦକ ସର୍ବେଶ୍ୱର ଭାରତୀ, ରାଜକିଶୋର ଶତପଥୀ, ଲକ୍ଷ୍ମୀଧର ପ୍ରଧାନ ଉପସ୍ଥିତ ଥିଲେ।

Share