ଘରର ଏହି ସବୁ କାମ କରିନ୍ତି ଟାଇଗର

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ଘରେ ଆରାମରେ ଜୀବନ କାଟୁଥିବା କୁହାଯାଏ। ଏମିତିକି ତାଙ୍କର ସବୁକାମ ପାଇଁ କେହି ନା କେହି ନିୟୋଜିତ ଥିବା ଦେଖିବାକୁ ମିଳେ। ଆଉ ଏମାନଙ୍କର ପ୍ରତିଟି କାମ କରିବାକୁ ବିଭିନ୍ନ ପ୍ରକାରର ବ୍ୟକ୍ତି ନିଯୁକ୍ତି ପାଇଥାଆନ୍ତି। ହେଲେ ବଲିଉଡ୍‌ ନାୟକ ଟାଇଗର ଶ୍ରର୍ଫ ଏମାନଙ୍କଠାରୁ ଟିକେ ଅଲଗା ଲାଗନ୍ତି। କାରଣ ସେ ନିଜ କାମ ନିଜେ କରିବା ସହ ଘରର କିଛି ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏବେ ଟାଇଗର ନିଜ ଘରର ସମସ୍ତ ବିଲ୍‌ ନିଜ ହାତରୁ ପଇଠ କରୁଥିବା କୁହନ୍ତି। ଯାହା ପୂର୍ବରୁ ତାଙ୍କ ପିତା ଜ୍ୟାକି ଶ୍ରର୍ଫ ପଇଠ ପରୁଥିଲେ ଏବେ ସେ ଦାୟିତ୍ୱ ନେଇଛନ୍ତି ଟାଇଗର। ନିକଟରେ ସେ ନିଜ ମାତାପିତାଙ୍କ ପାଇଁ ଏକ ଘର ମଧ୍ୟ କିଣିଛନ୍ତି। ଯାହା ତାଙ୍କର କର୍ତ୍ତବ୍ୟ ବୋଲି ସେ କୁହନ୍ତି। ସେ ଆହୁରି ମଧ୍ୟ କୁହନ୍ତି ତାଙ୍କ ସଫଳତା ପାଇଁ ମାତାପିତାଙ୍କ ଅବଦାନ ବହୁତ ଅଧିକ। ମୁଁ ଜୀବନରେ ମାତାପିତାଙ୍କ ପାଇଁ ଯେତେ କାମ କଲେ ମଧ୍ୟ ସେମାନଙ୍କ ଋଣ ସୁଝି ପାରିବି ନାହିଁ ବୋଲି ସେ କୁହନ୍ତି।

Share