Advertisement

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା ମିଶାଇ ଅସରପା ରହୁଥିବା ସ୍ଥାନରେ ରଖିଲେ ଅସରପା ପଳାଇ ଯାଇଥାନ୍ତି। ସେହିପରି ବୋରିକ୍‌ ଏସିଡ୍‌ ବ୍ୟବହାର କଲେ ମଧ୍ୟ ସୁଫଳ ମିଳିଥାଏ। ଫେବ୍ରିକ୍‌ ସଫ୍ଟନର ସ୍ପ୍ରେ କଲେ ମଧ୍ୟ ଘରୁ ଅସରପା ପଳାଇ ଯାଇଥାନ୍ତି। ଅସରପା ଥିବା ସ୍ଥାନରେ ତେଜପତ୍ର ପକାଇଲେ ଏହାର ବାସ୍ନାରେ ସେମାନେ ସେଠାରୁ ପଳାଇ ଯାଇଥାନ୍ତି। ସେହିପରି ଲେମ୍ବୁଚୋପା ଏବଂ ଲେମ୍ବୁ ରସ ଅସରପା ଥିବା ସ୍ଥାନରେ ପକାଇଲେ ସେମାନେ ସେଠାରୁ ପଳାଇଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share