ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି। ବିଜ୍ନେସ କ୍ରିଟିକାଲ ରୋଲରେ ଥିବା କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ଯୋଗଦେବା ଲାଗି କୁହାଯାଇଛି। ଏହାବାଦ ସୁଇଡେନ ଭିତ୍ତିକ କମ୍ପାନୀ ଭଲ୍ଭୋ ଏବଂ ଭିଆଟ୍ କ୍ରିଜଲର ଇଣ୍ଡିଆ ମଧ୍ୟ ଭାରତରେ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମାରୁତି ସୁଜୁକି ଇଣ୍ଡିଆ ଏବଂ ମହିନ୍ଦ୍ରା ଗ୍ରୁପ୍ ମଧ୍ୟ କିଛି ପଦକ୍ଷେପ ନେଇଥିବା କହିଛନ୍ତି।