ବ୍ରହ୍ମପୁର ଅଫିସ,୧୪।୬: ଗଞ୍ଜାମ ଜିଲା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲମ୍ବୋଦର ମୁନି। ଶନିବାର ରାତିରେ ଘରେ ଦୁର୍ବୃତ୍ତ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ। ପରେ ଅଲ୍ମାରୀରେ ଥିବା ଟଙ୍କା ସୁନା ଗହଣା ଲୁଟି ନେଇଛନ୍ତି। ତେବେ ରବିବାର ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବରପାଇ ପୋଲିସ ପହଞ୍ଚି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି। ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।