Categories: ଖେଳ

ଘରୁ ନ ବାହାରିବାକୁ ବିରୁଷ୍କାଙ୍କ ନିବେଦନ

ନୂଆଦିଲ୍ଲୀ, ୨୦।୩- ପୂରା ବିଶ୍ୱକୁ କରୋନା ଭାଇରସ ଧୀରେ ଧୀରେ ଗ୍ରାସ କରିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି କୌଣସି ଔଷଧ ନାହିଁ। ଏଥିରୁ ବଞ୍ଚତ୍ବା ପାଇଁ ଏକମାତ୍ର ବାଟ ସେଲ୍‌ଫ ଆଇସୋଲେଶନ ଅର୍ଥାତ ଘରୁ ନ ବାହାରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ରବିବାର ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାର ଗୋଟିଏ ଦିନ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (ବିରୁଷ୍କା) ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଶେୟାର କରି ନିବେଦନ କରିଛନ୍ତି। ଆମ ସଭିଙ୍କୁ ଜଣାଅଛି କେଉଁ ପରିସ୍ଥିତି ଦେଇ ଗତି କରୁଛୁ। ଆଉ ମାରାତ୍ମକ କରୋନା ଭାଇରସକୁ ରୋକିବା ଲାଗି କେବଳ ଗୋଟିଏ ଉପାୟ ରହିଛି। ନିଜ ସୁରକ୍ଷା ପାଇଁ ଆମେ ଘରେ ରହୁଛୁ। ତୁମେମାନେ ମଧ୍ୟ ଏଭଳି କରିବା ଦରକାର। ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ବିରୁଷ୍କା ଉକ୍ତ ଭିଡିଓରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୨୨ ତାରିଖରେ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲଗାଇବାକୁ କହିଛନ୍ତି।

Share