ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି। ମଙ୍ଗଳବାର ଏକ ମୃତ ନାଗ ଛୁଆ ଦେଖିବା ପରେ ଖଗେଶ୍ୱର ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। କର୍ମୀ ଶେକ୍‌ ମିର୍ଜା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ୧୨ ନାଗ ଉଦ୍ଧାର ହୋଇଛି। ଘଟଣା ପ୍ରଚାରିତ ହେବା ପରେ ସାହିରେ ଆତଙ୍କ ଖେଳିଯାଇଛି।