ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି ମୂଷା ଏବଂ ଚୁଚୁନ୍ଦ୍ରା ଘୋଡ଼ା ନ ହୋଇଥିବା ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ବିଷ ସେଠାକୁ ସ୍ଥାନାନ୍ତର ହୋଇଥାଏ। ଫଳରେ ମଣିଷ ଲାଗି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଘରୁ ମୂଷା ଏବଂ ଚୁଚୁନ୍ଦ୍ରା ତଡ଼ିବା ପାଇଁ ପିପରମେଣ୍ଟ୍‌ ତେଲ କିମ୍ବା ପୋଦିନା ତେଲର ବ୍ୟବହାର କଲେ ସୁଫଳ ମିଳିଥାଏ। ଏହାର ଗନ୍ଧ ମୂଷା ଏବଂ ଚୁଚୁନ୍ଦ୍ରା ଲାଗି ଅସହ୍ୟ ହୋଇଥାଏ। ସେମାନେ ଘରୁ ପଳାଇ ଯାଇଥାନ୍ତି। ସେହିପରି ପ୍ରତିଦିନ ଘରେ ଖାଇବା କର୍ପୂର ପକାଇଲେ ମଧ୍ୟ ମୂଷା ଏବଂ ଚୁଚୁନ୍ଦ୍ରା ଆସି ନ ଥାନ୍ତି। ଏହାର ଗନ୍ଧ ସେମାନଙ୍କ ନାସାରନ୍ଦ୍ରରେ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଫଳରେ ସେମାନେ ଘରୁ ବାହାରି ଅନ୍ୟ ସୁରକ୍ଷିତ ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି।

Share